mini-banner-gif

ମନ ର କବାଟ by ବିନୟ ମହାପାତ୍ର

Spread the love

ମନର କବାଟ

ରଚନା : ବିନୟ ମହାପାତ୍ର

 

 

 

 

 

ମନର କବାଟ ଯେ ବନ୍ଦ ରଖିଛ ବନ୍ଧୁ,
ଆଶା ମାନଙ୍କୁ ମଧ୍ୟ ଲଗାଇ ରଖିଛ,
ବନ୍ଦ କବାଟ ସାମ୍ନା ରେ,
ଜଗୁଆଳୀ କରି ।
ଆଉ, ଅପେକ୍ଷା କରିଛ, ଖୁସି ମାନଙ୍କ ର ।
ହେଲେ,
ଖୁସି ମାନେ ଆସନ୍ତି,କବାଟ ପିଟନ୍ତି
ଏବଂ ତୁମ ଆଶା (ଜଗୁଆଳୀ) ର,
ନାଲି ଆଖି ଦେଖି,
ବଡ କାକୁସ୍ତ ଭାବେ ଫେରି ଯାଆନ୍ତି।

ତୁମେ ତ ଅପେକ୍ଷା କରିଛ,
ଖୁସି ମାନେ ଆସିବେ,
ଖୁବ୍ ସୁନ୍ଦର ମହଙ୍ଗା ଗାଡିରେ ଚଢି,
ସନ୍ତାନ ର ଫାଷ୍ଟ କ୍ଲାସ ରେଜଲ୍ଟ ସିଟ ରେ,
ଅଥବା ଖୁବ୍ ସୁନ୍ଦର ଆଲିଶାନ,
ବଙ୍ଗଳା ର ତୋଫା ନେଇ ।
କି ବିଡମ୍ବନା ବନ୍ଧୁ,
ତୁମ ଖୁସି ତୁମର ଅର୍ଜନ ନୁହେଁ,
ତୁମରି ସନ୍ତୋଷ ର ସନ୍ତାନ ନୁହେଁ,
ତୁମ ଖୁସି କେବଳ ଅନ୍ୟର,
ଦାନ ଉପରେ ଆଶ୍ରିତ ।

 

 

 

 

 

କେଉଁଠୁ ଆଣିବ ସେ ଦୁର୍ଲଭ ସମ୍ପଦ,

ଯାହା ଦେଇ କିଣି ନେବ,
ଖୁସି ର ମୁହୁର୍ତ୍ତ କେତୋଟି?
ଖୁସି ଏତେ ମହଙ୍ଗା ବି ନୁହେଁ,
ଖୁସି ପାଇଁ ଶ୍ରମ ଲୋଡା ନାହିଁ,
ଖୁସି ବଡ ଦୁର୍ଲଭ ବି ନୁହେଁ,
ଥରେ ଆଖି ଖୋଲି ଦେଖ,
ଖୁସି ତୁମ ହୃଦୟ ରେ,
ଏଠି ସେଠି ବିଛାଡି ପଡିଛି ।

ମନ ର କବାଟ କୁ ଖୋଲ,
କିଛି ତାଜା ପବନ,
କିଛି ଆଲୋକ, ଆସିବାକୁ ଦିଅ,
ଖୁସି ମାନଙ୍କୁ ଅଙ୍କୁରିତ କର,
‘ଯାହା ଅଛି’ ସେଥି ରେ,
ସନ୍ତୋଷ ର ଜଳ ବୃଷ୍ଟି କର ।
ଦେଖ, ଖୁସି କେତେ ସହଜଲବ୍ଧ,
ହୃଦୟ ରେ ସନ୍ତୋଷ ର ପରମ ଆନନ୍ଦ,
ଏବଂ ପୁଲ୍ଲକିତ ମନ

Comments are closed.