mini-banner-gif

ବିରହାଗ୍ନି by ବିନୟ ମହାପାତ୍ର

Spread the love

” ବିରହାଗ୍ନି “

ବିନୟ ମହାପାତ୍ର

ଅଭିଶପ୍ତ ଯକ୍ଷ ର ଜୀବନେ

ତୁମ ସଙ୍ଗ ବିନା ରଙ୍ଗହୀନ,
ନିସଙ୍ଗ ଏ ଦିବସ ରଜନୀ ।
ହେଲେ,
ବିରହ ର ଜ୍ୱାଳା ମୋତେ,
ବ୍ୟସ୍ତ ବିବ୍ରତ କରେନା,
କାରଣ,
ଏଇ ଯେ ବିରହ ର ବେଳା
କେବଳ, ତୁମ ଅନୁପସ୍ଥିତି ର,
କଥା କହି ଯାଏ,
ବିରହ ବେଳ ରେ କେବଳ,
ତୁମ କଥା ହିଁ ମନେ ପଡେ ।
ତୁମ ସଙ୍ଗତ ର ମିଠା ମିଠା,
ଉଷ୍ମତାର ଅନୁଭବ ହୁଏ ।
ତୁମରି ସ୍ମୃତି ମୋ ମନର
ଗହନ ବନ ରେ,
ପୁଣି ମିଳନ ର ଆଶାକୁ,
ପଲ୍ଲବିତ କରେ ।
ତୁମେ ମୋର ପ୍ରେମ,
ତୁମେ ଅଛ,ତୁମ ସ୍ମୃତି ଅଛି,
ମୋର ମନ ଗହନ ରେ,
ସେଥି ପାଇଁ ତ ତୁମ ବିରହ ଯନ୍ତ୍ରଣା,
ସହିବାକୁ ଭାରି ଭଲ ଲାଗେ ।

ହେଲେ,

ବିରହାଗ୍ନି ସେ କେତେ ଯେ ପ୍ରଖର
ଶ୍ରାବଣ ର ବୁନ୍ଦା ବୁନ୍ଦା ଜଳ,
ଘୃତ ସମ ତେଜି ଯାଏ,
ଜ୍ୱଳନ ର ଶିଖା ଲେଲିହାନ,
ମଳୟ ର ଶିତଳ ପବନ,
ପ୍ରଶମିତ କରେ ନାହିଁ,
ବିରହ ର ଜ୍ୱଳନ,
ନିସଙ୍ଗତା ର ଏ ପିଡା,
ବରଂ,
ବୈଶାଖୀ ଝାଞ୍ଜି ସମ, ଜାଳି ଯାଏ
ଅଧା ଜଳା ହୃଦୟକୁ ମୋର ।
ହେ ପ୍ରିୟେ,
କେବଳ ତୁମ ହିଁ ଇପ୍ସିତ,
ତୁମରି ପ୍ରତୀକ୍ଷା ଏଇଠି
ପ୍ରତି କ୍ଷଣ ପ୍ରତି ମୁହୁର୍ତ୍ତ ରେ ।

ଆସ ପ୍ରିୟେ,
ହେଉ ଆମ ଆତ୍ମାରେ ଆତ୍ମାର ମିଳନ,
ହୃଦୟ ରେ ହୃଦୟ ବନ୍ଧନ,
ତୁମ ମନ ସାଥେ,
ମନ କୁ ମୋ ନିଅ ଗୋ ମିଶାଇ,
ଏକ ମନ, ଗୋଟିଏ ଶରୀର,
ସାଗରେ ସରିତ ସମ,
ଆମର ଏ ମହାମିଳନେ,
ବିରହାଗ୍ନି ହେଉ ପ୍ରଶମନ ।

***×***

No comments.

Leave a Reply