mini-banner-gif

ପ୍ରିୟ ବିନା ଶ୍ରାବଣ – ରଚନା ଶ୍ରୀମତି ସଂଯୁକ୍ତା ମହାପାତ୍ର #OdiaPost #OdiaLekha #Kabita

Spread the love

ପ୍ରିୟ ବିନା ଶ୍ରାବଣ – Lekhika ଶ୍ରୀମତି ସଂଯୁକ୍ତା ମହାପାତ୍ର #OdiaPost #OdiaLekha #Kabita

ରଚନା : ଶ୍ରୀମତି ସଂଯୁକ୍ତା ମହାପାତ୍ର

ଶ୍ରାବଣ ର ଏଇ ବରଷା ରାତିରେ
ତୁମ କଥା ଭାବିବାକୁ
ଭାରି ଭଲ ଲାଗେ ।
ଏକା ଏକା ଲାଗେ ରାତି
ଦିନ ଲାଗେ ବରଷ ସମାନ,
ହୃଦୟ କୁ ଶୂନ୍ୟ କରି ଯାଏ ।
ତୁମେ କେତେ ଦୂରେ ସାଥି
ଦୂନିଆ ଟା ଖାଲି ଖାଲି ଲାଗେ ।

ବରଷା ର ରିମ ଝିମ୍ ସୁରେ
ମନ ମୋର ବାହୁନି କାନ୍ଦଇ,
ବିଜୁଳି ର ଚମକ ରେ,
ଘଡ ଘଡି ଶବଦ ରେ,
ହୃଦୟର ଷ୍ପନ୍ଦନ
ସତେବା ଅଟକି ଯାଏ,
କେଉଁ ଏକ ଅଜଣା ଭୟରେ ।
ଥରି ଉଠେ ଦେହ,
ଥରି ଉଠ ମନ ମୋର,
ଶ୍ରାବଣ ର ଶିତଳ ପବନେ
ଥରି ଯାଏ ପ୍ରତି ଲୋମ ମୂଳ
ମନ ଖାଲି ଖୋଜୁ ଥାଏ
ତୁମ ଉଷୁମ ବାହୁର ବନ୍ଧନ ।
ତୁମକୁ ଝୁରୁଛି ଶ୍ରାବଣ
ଆଉ ମୋର ତୃଷାତୁର ମନ,
ଆସି ଯାଅ ପ୍ରିୟତମ
ତୁମକୁ ଝୁରୁଛି ଏଠି
ତୁମ ପଥ ଚାହିଁ ରହିଛି ମୁଁ,
ତୁମ ବିନା ସରେନା ମୋ ରାତି,
ସରେନା ମୋ ଦିନ ।

***********

 

No comments.

Leave a Reply