mini-banner-gif

ନୂଆବର୍ଷ-2018

Spread the love

ନୁଆବର୍ଷ-2018

ରଚନା : ବିନୟ ମହାପାତ୍ର

 

 

 

 

 

 

 

 

 

 

 

 

ନୁଆବର୍ଷ !
ଏଥିରେ ନୂଆ କଣ ଅଛି?
ଇଏ କିଛି ନୂଆ କଥା ନୁହେଁ,
ଗତବର୍ଷ ବି ନୂଆବର୍ଷ ଆସିଥିଲା,
ଆସନ୍ତା ବର୍ଷ ବି ଆସିବ,
ଏଇମିତି ଲଗାତାର ଆସୁଥିବ,
ପ୍ରତି ତିନିଶହ ପଅଁଶଠି ଦିନରେ ।
ନୂଆବର୍ଷ, କିଛି ଏକ
ବର୍ଷରେ ଥରେ ପଡୁଥିବା,
ଦିନିକିଆ ପର୍ବ ନୁହେଁ ।
ରଙ୍ଗ ବିରଙ୍ଗି ଅଭିନନ୍ଦନପତ୍ର ପଠାଇବା
ଅଧାରାତିରେ ବାଣ ଫୁଟାଇ
ଆଲୁଅର ରୋଷଣୀରେ,
ପାର୍ଟି ପିକନିକ୍ ସାଥେ
ନୂଆବର୍ଷ ମନେଇବା,
ଏବଂ ପୁଣି ଭୂଲିଯିବା ।

 

 

 

 

 

 

 

ପ୍ରତିଟି ନୂତନ ବର୍ଷ
ତିନିଶହ ‘ପଅଁଶଠି ଦିନର’
ଏକ ନୂତନ ଉପହାର ଗୁଚ୍ଛ !
ତିନିଶହ ପଅଁଶଠି ‘ସମ୍ଭାବନାର’ର
ଏକ ରଙ୍ଗୀନ ଫୁଲତୋଡା !
ପ୍ରତିଦିନ, ଏକ ନୂତନ ଦିବସ
ଏକ ନୂତନ ସ୍ୱପ୍ନର ସନ୍ଦେଶ ।
ଗୋଟିଏ ବର୍ଷ ବହୁତ କିଛି,
ଗୋଟିଏ ମଣିଷ ଜୀବନରେ ।
ବହୁତ କିଛି ବଦଳି ଯାଏ,
ଗୋଟିଏ ବର୍ଷରେ,
ପ୍ରତିଟି ଦିନର
ସୂର୍ଯ୍ୟୋଦୟ ସୂର୍ଯ୍ୟାସ୍ତ ସାଥିରେ ।
ଆଜିର ଗୋଟିଏ ଇଟା ଆଗାମୀ ଦିନର
ସ୍ୱପ୍ନର ତାଜମହଲର ମୂଳଦୁଆଁ ହେବ,
ପ୍ରତିଟି ନୂତନ ସୁଯୋଗ,
ପ୍ରତିଟି ଦିନକୁ ଏକ ନୂଆରୂପ ଦେବ ।

ଆସ ବନ୍ଧୁ, ନୂତନ ବର୍ଷକୁ
ନୁଆ କରି ଜୀଇଁଯିବା,
ପୁରୁଣା ଦିନର ଅଭିଜ୍ଞତା ସବୁ
ସାଥିରେ ନେଇ,
ଜୀବନକୁ ନୁଆକରି ସଜାଡିବା ।
ପ୍ରତିଟି ନୂତନଦିନ ନୂଆସ୍ୱପ୍ନ ନେଇଆସୁ
ସବୁରି ଜୀବନରେ ଖୁସିର କୁଶୁମ ବରଷୁ,
ନୂତନ ଯୌବନ ଆସୁ ସବୁରି ଜୀବନେ,
ଖେଳିଯାଉ ନବ ଉଦ୍ଦିପନା,
ଭରିଯାଉ ନବୀନ ପୁଲ୍ଲକ ଜନ ଜନ ମନେ ।
ଏଇବର୍ଷ ଖୁସି ତ ଆସିବ ଅନେକ,
କିଛି ଦୁଃଖବି ଆସିବ,
ସୁଖ ସବୁ ବାଣ୍ଟିଯିବା ଆପଣା ଭିତରେ
ଦୁଃଖର ମୁହୁର୍ତ୍ତରେ ଏକ ଆରେକର
ହାତ ଧରିନେବା ।
ନୂଆବର୍ଷ ନୂଆ ଖୁସି ନେଇକରି ଆସ,
ହୁଅ ତୁମେ ସବୁରି ଜୀବନେ,
ସ୍ୱପ୍ନିଳ ସ୍ୱର୍ଣ୍ଣମୟ ବର୍ଷ ।

***#***

No comments.

Leave a Reply