mini-banner-gif

ଦୃଷ୍ଟିଦୋଶ

Spread the love

ଦୃଷ୍ଟିଦୋଶ

ବିନୟ ମହାପାତ୍ର

 

 

 

 

 

 

ଏଇ ଦେଖ
ମୁଁ ମୁଠା ଖୋଲି ଦେଲି
କିଛି ନାହିଁ ନା?
ବନ୍ଦ ମୁଠାରେ ବି କିଛି ନଥିଲା !
ହେଲେ ମୁଠା ବନ୍ଦ କରି ଦେଲେ
ତୁମ ସନ୍ଦେହ ର
ସିନ୍ଦୁକ ଖୋଲି ଯାଏ,
କାହିଁକି ଏମିତି ହୁଏ କେଜାଣି?
କିଛି ଢାଙ୍କିକି ରଖିଲେ,
ଦେଖିବା ଲୋକର ନଜର
ତା ଉପରେ କାହିଁକି,
ଲାଖି ରହି ଯାଏ?
ଦେଖନ୍ତିନି ଟିକେ,
କି ସଂପତ୍ତି ଲୁଚାଇ ରଖିଚି
ତା କାଞ୍ଚୁଲି ଭିତରେ ।

 

 

 

 

 

 

ଏଠି ଢାଙ୍କି ଦେଲେ,
ସନ୍ଦେହ ବଢି ଯାଏ
କୌତୁହଳି ମନ,
ଆବିଷ୍କାରୀ ହୋଇ ଯିବାକୁ,
ଚେଷ୍ଟା କରେ ।
ଖୋଲା ରଖି ଦେଲେ,
ନଜର ଲାଗି ଯାଏ ।
ଗୋପ ବଜାର ରେ
ରାଧା ର ଚରିତ୍ର ରେ
କଳଙ୍କ ଲାଗି ଯାଏ ।
ଏଠି ଶାର୍ଗୁଣା ର ଦୃଷ୍ଟି
ଶବ ନୁହେଁ,
କଞ୍ଚା ମାଂସ ଖାଇ ଯାଏ,
ଏଠି କୁକୁର ର ଦୋଶ ନୁହେଁ
ଦୋଶ ତାର,
ଯିଏ ନ ଢାଙ୍କି ରଖିଲା ।

ଦୁନିଆରେ ବହୁତ କିଛି ତ ଦିଶୁଚି,
ମାଆର ଉଲଗ୍ନ ସ୍ତନରୁ
ଦୁଧ ତ ପିଇ ଥିବ କେବେ,
ନିଜ ଭଗ୍ନି କୁ କିମ୍ବା କନ୍ୟା କୁ
କଣ କେବେ ବି ଦେଖିନି
ତାର ଅର୍ଦ୍ଧ ନଗ୍ନ ଶରୀର ରେ?
ତେବେ ବି କଣ,
ଜାଗି ଯାଏ ଶଇତାନ,
ତାର ଆତ୍ମାର ଗଳା କାଟି ଦେଇ?
କାହିକି ଦିଶେନା ମାତା, କନ୍ୟା
କିମ୍ବା ଭଗ୍ନିର ଚେହେରା
ଅନ୍ୟ ନାରୀ ଦେହେ?
ବ୍ୟଧିଗ୍ରସ୍ତ ନିର୍ଲଜ ପୁରୁୁଷ ସେ
ବିକୃତ ମନ, ଆତ୍ମା ତାର
ସମ୍ବେଦନହୀନ କାପୁରୁଷ ସେ
ନିଚ୍ଚ ପଶୁ ଠାରୁ ହୀନ ।

 

**×**

No comments.

Leave a Reply