mini-banner-gif

ଟିକେ ସହଳ ଆସନ୍ତନି by ବିନୟ ମହାପାତ୍ର

Spread the love

ଟିକେ ସହଳ ଆସନ୍ତନି !

ରଚନା : ବିନୟ ମହାପାତ୍ର

 

 

 

 

 

 

 

 

 

 

 

ବର୍ଷେ ହେବାକୁ ହେଲାଣି
ତୁମେ ଯାଇଛ ଯେ ଯାଇଛ,
ନା’ କିଛି ଚିଠି ନା’ କିଛି ଖବର ।
ଆମେ ସବୁ କଣ ସତ ରେ,
ମନେ ପଡୁନା ତୁମର ?
କିଏ କଣ ଏମିତି କରେ,
ଆପଣା ଲୋକଙ୍କ ସାଥିରେ ?
ତୁମ ବିରହ ରେ ତ ସବୁ କିଛି
ଜଳି ସାରି ଲାଣି ଏଠି,
ଏ ମନ, ଏ ବନ, କେତେ ଉପବନ,
ଆଉ, ନଦୀନାଳ ଶୁଖି ସାରିଲାଣି ।

 

 

 

 

 

 

 

 

 

 

ହଁ ପାଞ୍ଜି ରେ ଦେଖୁ ଥିଲି
ଆଶାଢ ଆସିବାକୁ ହେଲାଣି,
ତୁମେତ ଜାଣିଛ, ତା ଠାରୁ
ବିଶି କିଛି ଆଶା ନାହିଁ ।
ଖାଲି ତୁମ୍ବି ତୁଫାନ କରିବ

ପବନରେ ମେଘ ଉଡେଇବ,
ଗର୍ଜିବ ବିଜୁଳି ରୋଷଣୀ ଜାଳିବ ।
ଟିଭି ରେ ବି କହୁ ଥିଲା,
ମଉସୂମୀ ତା ରଥ ରେ,
ଚକ ଜୋଡି ସାରିଲାଣି ।
ଆଶା କରୁଚୁ,
ସେ ଠିକ୍ ସମୟରେ ଆସି ଯିବ ।
ହେଲେ ଏ ସବୁରେ ତ କାମ ଚଳିବନି,
ତୁମ ବିନା କିଛି ହେବ ନାହିଁ ।
ଶ୍ରାବଣୀ ଗୋ, ତୁମ ସରି ଆଉ କିଏ
ଏ ଦୁନିଆରେ ଅଛି ଭଲା କୁହ ?
ତୁମେ ତୁମ କଳା ଘୁମର
ବାଦଲର ଶାଢୀରେ
ସୁକୁମାରୀ ତନୁକୁ ଘୋଡେଇ
ତୁମେ ଯେବେ ଆସିବ,
ଛମ୍ ଛମ୍ ବର୍ଷାର, ପାଦ ପାଉଁଜୀର,
ମଧୂର ଝଙ୍କାର ଗୁଞ୍ଜରିବ,
ମେଘ ଡମ୍ବରୁ ର ଘୁମ୍ ଘୁମ୍ ନିନାଦନ ସୁର
ସତ କୁହ ତୁମ ଛଡା ଆଉ କିଏ
ଏ ମନକୁ କରି ଦେବ ଏତେ ଆନମନା
ଦେଇ ମିଠା ମିଠା ପ୍ରିତି ଅନୁଭବ ?
ଶ୍ରାବଣୀ ଗୋ ଆଉ ବେଶି ଡେରି କର ନାହିଁ,
ପ୍ରତୀକ୍ଷା ଆମର ଲମ୍ବା ହେଲାଣି ଏଥର,
ସଭିଏଁ ଅତିଷ୍ଟ ଏଠି,
ଗ୍ରୀଷ୍ମର ଅତ୍ୟାଚାର ଟପିଛି ଚରମ,
ଟିକ ସହଳ ଆସିବ,
ଆମେ ସବୁ ଅପେକ୍ଷା ରେ ଅଛୁ ।

*********

 

Comments are closed.