mini-banner-gif

କେମିତି ଗଲ ଯେ ଭୂଲି by ସଂଯୁକ୍ତା ମହାପାତ୍ର

Spread the love

କେମିତି ଗଲ ଯେ ଭୂଲି

 

 

 

 

 

କବି : ଶ୍ରୀମତି ସଂଯୁକ୍ତା ମହାପାତ୍ର

ପ୍ରିୟତ୍ତମ ମୋର ପ୍ରିୟା ବୋଲି କହି
କେତେ ଯେ ପାଇଲ ଭଲ,
କୁଅଁରୀ ମନକୁ ଚହଲାଇ ଦେଲ
ଭଲ ପାଅ କହି ଦେଲ ।
କାହିଁକି କେଜାଣି ଏ ଜୀବନେ ଏତେ
ତୁମକୁ ପାଇଲି ଭଲ,
ଭଲ ପାଇ ଶେଷେ ଭୁଲି ଗଲ ତୁମେ
ମନ ବନ ଜାଳି ଦେଲ,
କଥା ଦେଇ ଭୁଲି ଗଲ ।।

 

 

 

 

 

ତୁମେ ମୋର ପ୍ରାଣ ମୁଁ ତୁମ ନିଶ୍ୱାସ
କେମିତି ବଞ୍ଚିବି କୁହ,
ଦେହରୁ ନିଶ୍ୱାସ ହୋଇ ଗଲେ ଶେଷ
ରହିବ କି ଆଉ ପ୍ରାଣ,
ପ୍ରାଣ ବିନା ଦେହ ରହି କି କରିବ
ନଥିଲେ ନିଶ୍ୱାସ ଧନ ।
ନିଶ୍ୱାସ ନ ଥିଲେ ଦେହ ର କି ଲୋଡା
ଏକ ବିନା ଆନ ଶୂନ୍ୟ,
ତୁମ ବିନା ମୋର ଜୀବନ ବିଅର୍ଥ
ବାରୀ ବିନା ଘନ ସମ ।।

**** × ****

No comments.

Leave a Reply