mini-banner-gif

କଥା ଦେଇ ବ୍ୟଥା ଦେଲ by ଶ୍ରୀମତି ସଂଯୁକ୍ତା ମହାପାତ୍ର

Spread the love

ରଚନା: ଶ୍ରୀମତି ସଂଯୁକ୍ତା ମହାପାତ୍ର

କଥା ଦେଇ ଥିଲ ଆଖି ରେ କେବେ ମୋ
ଲୁହ ଟୋପେ ଦେବ ନାହିଁ,
ଆଜି ଲୁଚି ଲୁଚି କାନ୍ଦୁ ଅଛି ଏକା
କେହି ଦେଖିବାକୁ ନାହିଁ ।।
ମୋ ଆଖି ରେ ଲୁହ ଦେଖିବନି ବୋଲି
ନିତି ଦେଉ ଥିଲ ବୁଝାଇ,
ଆଜି ବୋହି ଯାଏ ଶ୍ରାବଣ ର ଧାର
କାନ୍ଦୁଛି ଲୁଚାଇ ଲୁଚାଇ ।।
କୁମୁଦିନୀ ଏଠି ଚାହିଁଛି ଆକାଶେ
ପ୍ରିୟ ତୁମ ପଥ ଚାହିଁ,
ଏକୁଟିଆ ମନ ଖୋଜୁଛି ତୁମକୁ,
ଖୋଜି ଖୋଜି ପାଉ ନାହିଁ ।।
କାହିଁକି କେଜାଣି କଥା ଦେଇ ତୁମେ
କଥା ତ ରଖି ଲ ନାହିଁ ,
କହି ଯାଇ ଥିଲ ଆଖି ରେ କେବେ ମୋ
ଲୁହ ଟୋପେ ଦେବ ନାହିଁ ।।

*****×*****

No comments.

Leave a Reply