mini-banner-gif

ଆଶା by ସଂଯୁକ୍ତା ମହାପାତ୍ର

Spread the love

ଆଶା

କବି : ଶ୍ରୀମତି ସଂଯୁକ୍ତା ମହାପାତ୍ର

 

 

 

 

 

ବେଳେ ବେଳେ ଜୀବନ ରେ
ଏମିତି କେଉଁ ଏକ ଦୋଛକି ରେ
ବଞ୍ଚିବାର ଇଚ୍ଛା ସବୁ
ସରି ସରି ଆସନ୍ତି ।
କାହିଁକି ଆସନ୍ତି ଦୁଃଖ ମାନେ
ଅମାନିଆ ଝଡ ପରି ?

 

 

 

 

 

 

ସୁଖ ସବୁ ରାସ୍ତା ଭୁଲି,
ବାଟ ବଣା ହୋଇ ଯା’ନ୍ତି,
ଏପଟେ ସେପଟେ ।
ଦୁନିଆ ତ ବଦଳୁଛି,
ବଦଳିବ ପ୍ରତି ମୁହୁର୍ତ୍ତ ରେ,
ଦୁଃଖ ସବୁ ଚାଲି ଯିବେ ଦିନେ ।
ଆଶାବାଦୀ ଦୁନିଆଁ ରେ
ଆଶା ହିଁ ସମ୍ବଳ,
ଦୁଃଖ ମାନଙ୍କୁ ଜାବୁଡି ଧରି,
କାନ୍ଦିବାକୁ ଆଉ ନାହି ବେଳ,
ମୋ ପାଖେ ଖରଚ କରିବାକୁ ।
ଆସୁ ଥିବା ସୁଖ ର ଦିନ ମାନଙ୍କ ର,
ସ୍ୱାଗତ ର ପ୍ରସ୍ତୁତି ରେ ମୁଁ ଏବେ ବ୍ୟସ୍ଥ ।

***×***

No comments.

Leave a Reply