mini-banner-gif

ଆମେ #ଓଡିଆ – ରଚନା ବିନୟ ମହାପାତ୍ର #OdiaPost #OdiaLekha #Kabita

Spread the love

ଆମେ #ଓଡିଆ – ରଚନା ବିନୟ ମହାପାତ୍ର #OdiaPost #OdiaLekha #Kabita

ରଚନା : ବିନୟ ମହାପାତ୍ର

ଆମେ ଓଡିଆ,
ଧିରେ ଧିରେ ଆମେ ଆଗକୁ ବଢୁଛୁ
ପଛରେ ଆସୁଛି, କଳା ଧଳା ଘୋଡା
ବଳିଆ ସାଙ୍ଗରେ ଆମ କାଳିଆ ।
ଆମ ଜୀବନ,
ଇତିହାସ ସାକ୍ଷୀ ହାରିନି ଏ ଜାତି
ଲଢିଛି ସର୍ବଦା, ଜିତି କେତେ ଯୁଦ୍ଧ
କଳିଙ୍ଗ ସେନା ର ରଖିଛି ମାନ ।

କଳା କୌଶଳେ,
ଗଢିଛି ଏ ଜାତି କେତେ ଯେ ମନ୍ଦିର
ଚନ୍ଦ୍ରଭାଗା ସାକ୍ଷୀ, ମୁଣ୍ଡି ମାରିଥିଲା
କିଶୋର ଧରମା କୋଣାର୍କ ଚୁଳେ ।
ଶାନ୍ତିର ଦୁତ,
ଶାନ୍ତି ପିୟ ଆମେ ପ୍ରେମ ଆମ ବାର୍ତ୍ତା
ଚଣ୍ଡାଶୋକ ହାତୁ, ଖଡଗ ଖସିଲା
ଶାନ୍ତି ବାର୍ତ୍ତା ଦେଲା ସେ ପ୍ରେମଦୂତ ।
ସାଧବପୁଅ,
ସାତ ସମୁନ୍ଦର ସେପାରି ଯାଇ
ବେପାର ବଣିଜେ ଆଗୁଆ ଏ ଜାତି
ବୋହି ଆଣୁଥିଲା କେତେ ସଂପତି
ସିନ୍ଦୁକ ଭରି କେତେ ହୀରା ମୋତି
ସାଧବ ବୋହୁ ଚାହି ବସି ଥାଏ
ସାଧବ ପାଇଁ ।
ମା ସରସ୍ୱତୀ,
କଣ୍ଠେ ବିରାଜିଛି ଲେଖନୀ ଦେଇଛି,
ଏ ଜାତି ଗାଇଛି, ସାହିତ୍ୟ ରଚିଛି
ସାହିତ୍ୟେ ଆଗ୍ରଣୀ ପାଇଛି କ୍ଷ୍ୟାତି ।
ପଡିନି ଶୋଇ,
ଅଳସ ପହରେ, ଢୁଳେଇ ପଡିଛି
ଜାଗି ଯିବ ଦିନେ, ଜୟ ଜଗନ୍ନାଥ
ହୁଙ୍କାର ଦେଇ ରଣ ବାଙ୍କୁର,
ଶୁପ୍ତ ବିଶ୍ୱକୁ ଦେବ ଜଗାଇ ।

No comments.

Leave a Reply