#ଓଡ଼ିଆ ମାନେ ଶାସନ ପରିବର୍ତ୍ତନ ପାଇଁ କୁଣ୍ଠିତ କି?

Spread the love

#ଓଡ଼ିଆ ମାନେ ଶାସନ ପରିବର୍ତ୍ତନ ପାଇଁ କୁଣ୍ଠିତ କି? Article by SURYA NARAYAN SAHU

ମୋର ଏହି ପ୍ରସଙ୍ଗ ଟି ବାଛିବା ଉଦେଶ୍ୟ ଆଦୌ ବର୍ତ୍ତମାନ ର ଶାସନ କୁ ତଥା ରାଜନେତା ଙ୍କୁ ବିରୋଧ କରିବା ନୁହେଁ କିନ୍ତୁ ଓଡ଼ିଆ ଜନସାଧାରଣ ଙ୍କ ରାଜନୈତିକ ଦୃଷ୍ଟିଭଙ୍ଗୀ ର ଏକ ବିଶ୍ଳେଷଣ ବୋଲି ଭାବି ପାରନ୍ତି । ବିଗତ ୪ଟି ନିର୍ବାଚନ ରେ ଆମ ରାଜ୍ୟ ରେ ନା ସରକାରୀ ଦଳ ପରିବର୍ତ୍ତନ ହୋଇଛି ନା ହୋଇଛନ୍ତି ମୁଖ୍ୟମନ୍ତ୍ରୀ, ନବୀନ ବାବୁ ୨୦୦୦ ମସିହାରେ ଶାସନକୁ ଆସିଲା ବେଳେ ଓଡ଼ିଆ କହି ପାରୁ ନଥିଲେ ଆଉ ଆଜିବି କହି ପାରୁ ନାହାନ୍ତି, ସେତେବେଳେ କଂଗ୍ରେସ ଦଳର ଦୁର୍ନୀତି ତଥା ଅପାରଗ ପଣିଆ ଦାଣ୍ଡରେ ପଡି ହାଟରେ ଗଡୁ ଥିଲା ଆଜିବି ପ୍ରାୟ ଅବସ୍ଥା ଉଣା ଅଧିକେ ସେଇଆ, ସେତେବେଳେ ବି ରାଜ୍ୟ ପ୍ରତ୍ୟେକ ଟି ଜିନିଷ ପାଇଁ ବାହାର ରାଜ୍ୟ ଉପରେ ନିର୍ଭର କରୁଥିଲା ଆଉ ଆଜିବି କରୁଛି, ତା ହେଲେ ବଦଳିଛି କଣ ଯାହା ପାଇଁ ଲୋକେ ନବୀନ ପଟନାୟକ ଙ୍କୁ ବାରମ୍ବାର ମୁଖ୍ୟମନ୍ତ୍ରୀ ରୂପେ ନିର୍ବାଚିତ କରୁଛନ୍ତି ଯଦିଓ ଚାଷୀ ଆତ୍ମହତ୍ୟା ୧୬ ବର୍ଷ ମଧ୍ୟରେ ଯଥେଷ୍ଟ ବଢ଼ିଛି ତା ସାଙ୍ଗକୁ ନାରୀ ନିର୍ଯାତନା,ଜଗତିକରଣ ପ୍ରଭାବ ରେ ଆମେ ଗୁଡ଼ାଏ ଋଣ ଆମ ଭବିଷ୍ୟତ ବଂଶଧର ଙ୍କ ଉପରେ ଲଦି ଦେଇଛୁ,

କିନ୍ତୁ ଶିକ୍ଷାରେ ଏବେ ବି ଆମେ ସମସ୍ତଙ୍କ ପଛରେ, ଗରିବୀ ରେ କେବଳ ବିହାର ଆମ ପଛରେ,ତା ହେଲେ କଣ ବୁଝିବାକୁ ହେବ ଯେ ରାଜ୍ୟର ଜନତା ସୁପ୍ତ, ନା ଅନ୍ୟ କିଛି ବିକଳ୍ପର ଉପଲବ୍ଧତା ର ଅଭାବ,ବିକଳ୍ପ ର ଅଭାବ ଅଭିଯୋଗ ଟି ବାସ୍ତବରେ ସଠିକ କାରଣ ଜନତା କଂଗ୍ରେସ କୁ ଶାସନ ରେ ଦେଖି ସାରିଛନ୍ତି ଓ ବିଜେପି ମଧ୍ୟ ସରକାର ରେ ରହି ସାରିଛି ଓ ସେମାନେ ନିଜକୁ ଯେତେ ଦୁର୍ନୀତି ମୁକ୍ତ ଦେଖେଇବାକୁ ଚେଷ୍ଟା କଲେବି ତାଙ୍କ ମନ୍ତ୍ରୀଙ୍କ ବ୍ୟବହାର ରେ ରାଜ୍ୟ ବାସୀ କେତେ ଅତିଷ୍ଠ ତାହା ସମସ୍ତେ ଜାଣନ୍ତି,ତେଣୁ ଯେ ପର୍ଯ୍ୟନ୍ତ ନୂଆ ନେତୃତ୍ବ ଓଡ଼ିଶା ମାଟିରେ ମୁଣ୍ଡ ନ ଟେକିବ ସେ ପର୍ଯ୍ୟନ୍ତ ପରିବର୍ତ୍ତନ ଆଦୌ ସମ୍ଭବ ନୁହେଁ ଏହା ସମ୍ପୂର୍ଣ ସ୍ପଷ୍ଟ।


Comments are closed.