Odia Bhagabata Gita bani – Ditia Adhyaya – Odia Sadhubani Daily Update

Spread the love

Odia Bhagabata Gita bani /Katha -Ditia Adhyaya 50 para– Odia Sadhubani Daily Update ଉପସ୍ଥାପନା: ଦୀପକ

Odia Bhagabata Gita bani

Chapter one introduces the scene, the setting, the circumstances and the characters involved determining the reasons for the Bhagavad-Gita’s revelation. The scene is the sacred plain of Kuruksetra. The setting is a battlefield. The circumstances is war. The main characters are the Supreme Lord Krishna and Prince Arjuna, witnessed by four million soldiers led by their respective military commanders. After naming the principal warriors on both sides, Arjunas growing dejection is described due to the fear of losing friends and relatives in the course of the impending war and the subsequent sins attached to such actions. Thus this chapter is entitled: Lamenting the Consequence of War.

।। ଓଁ ଶ୍ରୀ ପରମାତ୍ମନେ ନମଃ ।।

ନିମ୍ନୋକ୍ତ ଶ୍ଳୋକରେ ଚାରୋଟି ଚରଣରେ ଚାରୋଟି କଥା କୁହାଯାଇଛି – (୧) କେବଳ କର୍ମ କରିବାରେ ହିଁ ତୁମର ଅଧିକାର ଅଛି, (୨) ଫଳରେ ଆଦୌ ତୁମର ଅଧିକାର ନାହିଁ, (୩) ତୁମେ କର୍ମ ଫଳର ହେତୁ ହୁଅ ନାହିଁ ଏବଂ (୪) କର୍ମ ନ କରିବା ପ୍ରତି ମଧ୍ୟ ତୁମର ଆସକ୍ତି ନ ହେଉ । ଏଥି ମଧ୍ୟରୁ ପ୍ରଥମ ଓ ଚତୁର୍ଥ ଚରଣର କଥା ଏକା ପ୍ରକାରର ଏବଂ ଦ୍ୱିତୀୟ ଓ ତୃତୀୟ ଚରଣର କଥା ଏକା ପ୍ରକାରର । ପ୍ରଥମ ଚରଣରେ କର୍ମ କରିବାର ଅଧିକାର କଥା କହିଛନ୍ତି ଏବଂ ଚତୁର୍ଥ ଚରଣରେ କର୍ମ ନ କରିବାର ଆସକ୍ତିକୁ ବାରଣ କରିଛନ୍ତି । ଦ୍ୱତୀୟ ଚରଣରେ ଫଳେଚ୍ଛାର ନିଷେଧ କରାଯାଇଛି ଏବଂ ତୃତୀୟ ଚରଣରେ ଫଳର ହେତୁ ହେବାକୁ ନିଷେଧ କରାଯାଇଛି ।

ଏହାର ତାତ୍ପର୍ଯ୍ୟ ହେଲା, କର୍ମ ନ କରିବା ପ୍ରତି ରୁଚି ହେଲେ ପ୍ରମାଦ, ଆଳସ୍ୟ ଆଦି ‘ତାମସୀ ବୃତ୍ତି’ ସହିତ ତୁମର ସମ୍ବନ୍ଧ ହୋଇଯିବ । କର୍ମ ଓ କର୍ମଫଳ ସହିତ ସମ୍ପର୍କ ରଖିଲେ, ‘ରାଜସୀ ବୃତ୍ତି’ ସହିତ ତୁମର ସମ୍ପର୍କ ହୋଇଯିବ । ପ୍ରମାଦ, ଆଳସ୍ୟ, କର୍ମ ଓ କର୍ମଫଳ ଇତ୍ୟାଦି ସହିତ ସମ୍ବନ୍ଧ ନ ରଖିବାରୁ ଯେଉଁ ବିବେକଜନିତ ସୁଖ, ପ୍ରକାଶ ଓ ଜ୍ଞାନ ମିଳେ, ସେଗୁଡ଼ିକ ସହିତ ସମ୍ବନ୍ଧ ରଖିଲେ, ‘ସାତ୍ତ୍ୱିକ ବୃତ୍ତି’ ସହିତ ତୁମର ସମ୍ବନ୍ଧ ହୋଇଯିବ । ଏ ସମସ୍ତ ସମ୍ବନ୍ଧ ଜନ୍ମମୃତ୍ୟୁର କାରଣ । ଏଣୁ କର୍ମ, କର୍ମଫଳ ଓ ଏଗୁଡ଼ିକର ତ୍ୟାଗଜନିତ ସୁଖ ସହିତ ସାଧକ ଆଦୌ ସମ୍ବନ୍ଧ ନ ରଖୁ, ଏଥିରେ ରାଗ ବା ଆସକ୍ତି ନ କରୁ । କର୍ମ କରି ମଧ୍ୟ ତା ସହିତ ସମ୍ବନ୍ଧ ନ ରଖିବା ହିଁ ‘କର୍ମଯୋଗ’ ।
odia bhagabata gita updates eodisha.org bhaga 46
ରାଗୋ ଲିଙ୍ଗମବୋଧସ୍ୟ ଚିତ୍ତବ୍ୟାୟାମଭୂମିଷୁ ।
କୁତଃ ଶାଦ୍ବଲତା ତସ୍ୟ ଯସ୍ୟାଗ୍ନିଃ କୋଟରେ ତରୋଃ ।।

ଅର୍ଥାତ ବସ୍ତୁ, ବ୍ୟକ୍ତି ଓ କ୍ରିୟା ପ୍ରତି ମନରେ ଥିବା ରାଗ ଓ ଆକର୍ଷଣ ହିଁ ଅଜ୍ଞାନର ପ୍ରଧାନ ଲକ୍ଷଣ । କୌଣସି ବୃକ୍ଷ କୋରଡ଼ରେ ନିଆଁ ଲାଗିଲେ ଯେପରି ବୃକ୍ଷର ସବୁଜିମା ରହେ ନାହିଁ, ତାହା ଶଖିଯାଏ, ସେହିପରି ଯାହା ହୃଦୟରେ ଆସକ୍ତିରୂପୀ ନିଆଁ ଜଳୁଛି, ତାକୁ ଶାନ୍ତି ମିଳିପାରିବ ନାହିଁ ।


Trackbacks/Pingbacks

  1. Odia Bhagabata Gita bani – Ditia Adhyaya – Odia Sadhubani Daily Update | eOdisha.OrgeOdisha.Org - October 29, 2013

    […] Bhagabata Gita bani /Katha -Ditia Adhyaya 50 para– Odia Sadhubani Daily Update ଉପସ୍ଥାପନା: […]