Odia Bhagabata Gita bani – Ditia Adhyaya – Odia Sadhubani Daily Update

Spread the love

Odia Bhagabata Gita bani /Katha -Ditia Adhyaya 50 para– Odia Sadhubani Daily Update ଉପସ୍ଥାପନା: ଦୀପକ .

Dhritarastra although blind at birth was born with an inner eye of knowledge; but due to being overly affectionate and attached to his sons he lost the knowledge of righteousness and thus he was worrying that his sons might return half of the kingdom to the Pandavas who were the rightful heirs.

Sanjaya who was righteous by nature could understand the actual internal mood of Dhritarastra; but to appease his anxiety that his sons would never give back half of the kingdom he said this verse beginning drstva tu pandavanikam vyudham…the soldiers of the Pandavas are in military formation. The initiative taken by Duryodhana in approaching his preceptor in archery, the master bowman Drona shows that internally he was feeling fearful at the sight of the Pandavas might. So with the pretence of going to offer respect, he approached Drona to conceal this fear. The word raja meaning king indicates that Duryodhana was very expert in the diplomacy of politics and the use of the word vacanam implies that he would speak terse sentences filled with heavy import concerning the subject of war.

।। ଓଁ ଶ୍ରୀ ପରମାତ୍ମନେ ନମଃ ।।

ମୋହ ଦୁଇ ପ୍ରକାର – ‘ମୋହକଲିଳ’ ଅର୍ଥାତ ସାଂସାରିକ ମୋହ ଏବଂ ‘ଶ୍ରୁତିବିପ୍ରତ୍ତିପତ୍ତି’ ଅର୍ଥାତ ଶାସ୍ତ୍ରିୟ (ଦାର୍ଶନିକ) ମୋହ । ଅନ୍ୟ ପ୍ରକାରେ କହିଲେ, ଜାଲ ଦୁଇ ପ୍ରକାରର – ସଂସାରୀ ଓ ଶାସ୍ତ୍ରିୟ । ସଂସାରରେ ମୋହରୂପୀ ପଙ୍କରେ ପଡ଼ିଯିବା ହିଁ ସଂସାର ଜାଲରେ ବାନ୍ଧି ହୋଇଯିବା ଏବଂ ଶାସ୍ତ୍ର, ସମ୍ପ୍ରଦାୟ, ଦୈତ, ଅଦୈତ ଆଦି ଅନେକ ମତ-ମତାନ୍ତରରେ ବଣା ହେବା ହିଁ ଶାସ୍ତ୍ରିୟ ଜାଲରେ ପଡ଼ିବା । ସଂସାରୀ ଜାଲ ଶହେ ଗ୍ରାମ୍ ଅଡ଼ୁଆ ସୂତା ସଙ୍ଗେ ସମାନ ଏବଂ ଶାସ୍ତ୍ରିୟ ଜାଲ ଶହେ କିଲୋଗ୍ରାମ୍ ଅଡ଼ୁଆ ସୂତା ସଙ୍ଗେ ସମାନ । ତେଣୁ ଭଗବାନ ଏଠାରେ କହୁଛନ୍ତି, ସଂସାରୀ ଓ ଶାସ୍ତ୍ରିୟ ଜାଲରେ ବୁଦ୍ଧି ନିଶ୍ଚଳ (ଏକନିଶ୍ଚୟାତ୍ମିକା) ହେବା ଉଚିତ ଏବଂ ପରମାତ୍ମାଙ୍କ ଠାରେ ବୁଦ୍ଧି ଅଚଳ ହେବା ଉଚିତ ଯେ, ଯାହା ହେଉ ପଛେ ମୋତେ କେବଳ ପରମାତ୍ମପ୍ରାପ୍ତି କରିବାକୁ ହେବ ।

bhagabata gita in odia eodisha.org

ଯେତେବେଳେ ସାଧକ ସତସଙ୍ଗ ଦ୍ୱାରା ନିଜର ରୁଚି, ଶ୍ରଦ୍ଧା, ବିଶ୍ୱାସ ଓ ଯୋଗ୍ୟତାର ନିର୍ଣ୍ଣୟ କରିନିଏ ଅଥବା ନିର୍ଣ୍ଣୟ କରି ନ ପାରି ଭଗବାନଙ୍କ ଶରଣ ଯାଇ ତାଙ୍କୁ ଆତୁର ହୋଇ ଡ଼ାକେ, ସେତେବେଳେ ଭଗବତ୍ କୃପାରୁ ତାହାର ବୁଦ୍ଧି ନିଶ୍ଚଳ ହୋଇଯାଏ । ଦ୍ୱିତୀୟତଃ ସବୁ ଶାସ୍ତ୍ର, ସମ୍ପ୍ରଦାୟ ଆଦିରେ ଜୀବ, ସଂସାର ଓ ପରମାତ୍ମା – ଏ ତିନିଙ୍କୁ ଭିନ୍ନ ଭିନ୍ନ ପ୍ରକାରେ ବର୍ଣ୍ଣନା କରାଯାଇଛି । ଏ ବିଷୟରେ ବିଚାର କରାଗଲେ ଜୀବର ସ୍ୱରୂପ ଯେପରି ହେଉ ପଛେ, ‘ମୁଁ ହେଉଛି ଜୀବ’ – ଏଥରେ ସମସ୍ତେ ଏକମତ; ସଂସାରର ସ୍ୱରୂପ ଯେପରି ହେଉ ପଛେ, ‘ସଂସାରକୁ ଛାଡ଼ିବାକୁ ହେବ’ – ଏଥରେ ସମସ୍ତେ ଏକମତ ଏବଂ ପରମାତ୍ମାଙ୍କ ସ୍ୱରୂପ ଯେପରି ହେଉ ପଛେ, ‘ତାଙ୍କୁ ପ୍ରାପ୍ତ କରିବାକୁ ହେବ’ – ଏଥରେ ସମସ୍ତେ ଏକମତ । ଏହିପରି ନିର୍ଣ୍ଣୟ କଲେ ସାଧକର ବୁଦ୍ଧି ନିଶ୍ଚଳ ହୋଇଯାଏ । ମୋତେ କେବଳ ପରମାତ୍ମାଙ୍କୁ ପ୍ରାପ୍ତ କରିବାକୁ ହେବ – ଏଇଭଳି ଦୃଢନିଶ୍ଚୟ କଲେ ବୁଦ୍ଧି ଅଚଳ (ଏକନିଷ୍ଠ) ହୋଇଯାଏ; ଫଳରେ ସାଧକ ସହଜରେ ଯୋଗ ବା ପରମାତ୍ମାଙ୍କ ସଙ୍ଗେ ନିତ୍ୟଯୋଗକୁ ପ୍ରାପ୍ତ ହୁଏ ।

।। ଓଁ ଶ୍ରୀ ପରମାତ୍ମନେ ନମଃ ।।

ଯାହାର ମନ ଓ ଇନ୍ଦ୍ରିୟଗଣ ସଂଯତ ନୁହନ୍ତି, ସେପରି ଅଯୁକ୍ତ (ଅସଂଯତ) ମନୁଷ୍ୟର ‘ମୋତେ କେବଳ ପରମାତ୍ମପ୍ରାପ୍ତି କରିବାକୁ ହେବ’- ଏହି ନିଶ୍ଚୟାତ୍ମିକା ବୁଦ୍ଧି ହୁଏ ନାହିଁ । କାରଣ ମନ ଓ ଇନ୍ଦ୍ରିୟ ସଂଯତ ନ ହେବାରୁ ସେ ଉତ୍ପତ୍ତି-ବିନାଶଶୀଳ ସାଂସାରିକ ଭୋଗ ଓ ସଂଗ୍ରହରେ ଲିପ୍ତ ରହେ । ସେ କେବେ ମାନ ଚାହୁଁଥାଏ ତ କେବେ ସୁଖ-ସୁବିଧା ଚାହୁଁଥାଏ, କେବେ ଧନ ଚାହେଁ ତ କେବେ ଭୋଗ ଚାହେଁ । ଏହିପରି ତା’ ଭିତରେ ଅନେକ ପ୍ରକାର କାମନା ହେଉଥାଏ । ତେଣୁ ତାହାର ବୁଦ୍ଧି ଏକନିଶ୍ଚୟାତ୍ମିକା ହୁଏ ନାହିଁ ।

ଯାହାର ବୁଦ୍ଧି ଏକନିଶ୍ଚୟାତ୍ମିକା ନୁହେଁ, ତା’ର ଏପରି ଭାବନା ହୁଏ ନାହିଁ ଯେ, ‘ମୋତେ କେବଳ ନିଜ କର୍ତ୍ତବ୍ୟ ପାଳନ କରିବାକୁ ହେବ ଏବଂ ଫଳେଚ୍ଛା, କାମନା, ଆସକ୍ତି ଇତ୍ୟାଦି ତ୍ୟାଗ କରିବାକୁ ହେବ’ । ଏହିପରି ଯିଏ କର୍ତ୍ତବ୍ୟପରାୟଣ ନୁହେଁ, ତାକୁ ଶାନ୍ତି ମିଳିପାରେ ନାହିଁ । କାରଣ ନିଜ କର୍ତ୍ତବ୍ୟ ପାଳନରେ ଦୃଢତା ନ ରହିଲେ ଅଶାନ୍ତି ଜନ୍ମେ ।

ଯିଏ ଅଶାନ୍ତ, ସେ ସୁଖୀ ହେବ କିପରି ? କାରଣ ତା’ ହୃଦୟ ସର୍ବଦା ଅସ୍ଥିର ରହେ । ତାକୁ ଯେତେ ବାହ୍ୟ ଅନୁକୂଳ ଭୋଗ ଆଦି ମିଳିଲେ ମଧ୍ୟ ତା’ ହୃଦୟର ଅସ୍ଥିରତା ଦୂର ହୁଏ ନାହିଁ ଅର୍ଥାତ ସେ ସୁଖୀ ହୋଇପାରେ ନାହିଁ

ଉପସ୍ଥାପନା: ଦୀପକ


Trackbacks/Pingbacks

  1. Odia Bhagabata Gita bani – Ditia Adhyaya 54 para – Odia Sadhubani Daily Update | eOdisha.OrgeOdisha.Org - November 2, 2013

    […] Bhagabata Gita bani /Katha -Ditia Adhyaya 50 para– Odia Sadhubani Daily Update ଉପସ୍ଥାପନା: […]