Needa – The Nest “Khidra Galpa” by Prasanta Kumar Bhunya

Spread the love

Needa ନୀଡ଼…!!! – The Nest “Khidra Galpa” by Prasanta Kumar Bhunya

ନୀଡ଼...!!!

ନୀଡ଼…!!!

କେତେ କ୍ଷୁଦ୍ର ଅଥଚ ସରଳ, ନିରୀହ ଏଇ ଜାତି। ଚିତ୍ର ବିଚିତ୍ରର ଅପରୂପ ସମ୍ଭାର ନେଇ ଆଉ ସୁର ସଙ୍ଗମର ଅପୂର୍ବ ଝଙ୍କାର ତୋଳି ଉଡ଼ି ବୁଲିଥାନ୍ତି । କେତେଥର ନୀଡ଼ଟିଏ ଗଢ଼ିଛନ୍ତି ଆଉ କେତେଥର ଭାଙ୍ଗିଯାଇଛି ସେ ସ୍ୱପ୍ନର ବାସ । ହେଲେ ବି ହାରି ଯାଇନାହାନ୍ତି ଥରୁଟିଏ; ପୁନଶ୍ଚ ବାସ ତିଆରି ହୋଇଛି ଆଉ ସେଇ ନୂତନ ବାସରେ ଶିଶୁ ଶାବକକୁ ମା ପକ୍ଷୀଟିଏ ହାରି ନଯିବାର, ଭାଙ୍ଗି ନଯିବାର ବାର୍ତ୍ତା ଦେଇ ଯାଇଛି; ଚଞ୍ଚୁରେ ଆହାର ଖୋଇ ଦେଲାବେଳେ ।

ଏଇତ ଜୀବନ;
ପ୍ରକୃତି ଶିକ୍ଷା ଦିଏ; ବିଭିନ୍ନ ଢ଼ଙ୍ଗରେ ଆଉ ବିଭିନ୍ନ ସମୟରେ । ସେଥିରୁ ଶିଖିନେବା ହିଁ ଭଲ । ଅଢ଼େଇ ଦିନିଆ, ଗୋଟିଏ ଜୀବନ । ଥରୁଟିଏ ବଞ୍ଚିବା ପାଇଁ ହଜାର ଥରର ସଂଗ୍ରାମ, ସମସ୍ୟା, ପ୍ରତିବନ୍ଧକ, ଆସିବ ହିଁ ଆସିବ । ହେଲେ ନିଜର ସାମର୍ଥ୍ୟ ନେଇ ଯୁଝିବାରେ ହିଁ ପାରିବାପଣିଆ । ନିଜର ବିବେକର ସମୟୋଚିତ ଆହ୍ୱାନକୁ ଶୁଣିବାରେ ହିଁ ମଣିଷପଣିଆ । ହାରିବାରେ ଲାଜ ସରମ ନାହିଁ ଅଛି ଜିତିବାକୁ ନଚାହିଁବାରେ ।

– ପ୍ରଭୂ
[ ମୋର ମୋବାଇଲ୍‌ର କିଛି ସମସ୍ୟା ଦେଖାଦେଇଥିବା ବେଳେ ଗ୍ରାହକ ସେବା କେନ୍ଦ୍ରରେ ଅପେକ୍ଷାରତ ଥିଲା ବେଳେ; କାଗଜ ଆଉ ପେନ୍‌ସିଲ୍‌ର ସଦୁପଯୋଗ କରି କିଛି କରିବା ପାଇଁ ଚାହିଁଥିଲି । ସେତେବେଳେ ଓଡ଼ିଶାର ବାତ୍ୟାବିତ୍ପାତ ପକ୍ଷୀ ଆଉ ଏଇ ବାର୍ତ୍ତା ହିଁ ମନକୁ ଆସିଥିଲା । ସେଇଠି ବସି ଏଇ ଚିତ୍ରଟି ଆଜି ବହୁତ ଦିନ ପରେ ଆଙ୍କିଦେଇଥିଲି । ଆପଣମାନଙ୍କ ପାଇଁ ଏଇଠି ଦେଉଅଛି । ଏଇ ଚିତ୍ରରେ କୌଣସି ଲିଭାପୋଛା ହୋଇନାହିଁ ଅର୍ଥାତ୍‌ ରବରର ବ୍ୟବହାର କରାଯାଇନାହିଁ। ]


Comments are closed.