Manabasa Mahalaxmi Gurubara puja – Maa Laxminka Abhisapa Katha – #LaxmiPuja #Manabasa #HinduCulture #IndianCulture ,Odisha Puja and Osha

Spread the love

Manabasa Guru Baara Puja – Maa Laxminka Abhisapa Katha, Odia Laxmi Puja , Mahalaxmi Purana #LaxmiPuja #Manabasa #HinduCulture #IndianCulture ,Odisha Parba o Parbani , Odisha Puja and Osha by – ଦୀପକ

Manabasa Gurubar is a festival of Goddess Lakshmi which celebrated by odia women in every thursday(gurubar) of month Manabasa(November-December) and Margasir is the ninth month in Odia calendar. It is believed that Goddess Lakshmi will never visit if a house is dirty so In this festival Odia women wake up very early in the morning and clean the house with broom-sticks.

manabasa mahalaxmi puja , odia gurubar puja , odisha parba parbani

କବି ବଳରାମ ଦାସଙ୍କ  ରଚିତ ‘ଲକ୍ଷ୍ମୀ ପୁରାଣ’ ଓଡ଼ିଶାର ଘରେ ଘରେ ପରିଚିତ । ଲକ୍ଷ୍ମୀଙ୍କର ବରପ୍ରାପ୍ତ ହୋଇ ଶ୍ରୀୟା ଚଣ୍ଡାଳୁଣୀର କୁଡ଼ିଆ ଅଜସ୍ର ଧନସମ୍ପଦରେ ପରିପୂର୍ଣ୍ଣ ଚନ୍ଦନ ଉଆସରେ ପରିଣତ ହେବା ସହ ପୁତ୍ରହୀନା ଶ୍ରୀୟା ପଞ୍ଚପୁତ୍ରର ଜନନୀ ହେବା ଏବଂ ଲକ୍ଷ୍ମୀଛଡ଼ା କଳଙ୍କ ବୋହି ଜଗନ୍ନାଥ ଓ ବଳଭଦ୍ର ଦୁଇଭାଇ ଶ୍ରୀମନ୍ଦିରରୁ ବିତାଡ଼ିତ ହୋଇ ଅନେକ କଷ୍ଟ ଭୋଗିବା କଥା ସମସ୍ତେ ଜାଣନ୍ତି । ବର୍ଷର ପ୍ରତ୍ୟେକ ଗୁରୁବାର ଲକ୍ଷ୍ମୀଙ୍କର ବାର ହେଲେ ମଧ୍ୟ ଚାରି ପବିତ୍ର ମାସ ମଧ୍ୟରୁ ମାର୍ଗଶୀର ମାସର ଗୁରୁବାର ଗୁଡ଼ିକର ସ୍ୱତନ୍ତ୍ର ମାହାତ୍ମ୍ୟ ରହିଛି । ଏହି ଦିନଗୁଡ଼ିକରେ ଧନିଗରିବ, ଉଚ୍ଚନୀଚ ସମସ୍ତେ ଧାନମାଣ ବସାଇ ଅନ୍ନଦାତ୍ରୀ, ଧନସମ୍ପଦର ଦେବୀ ମା’ ଲକ୍ଷ୍ମୀଙ୍କର ପୂଜା କରନ୍ତି ଓ ଲକ୍ଷ୍ନୀ ପୁରାଣ ପାଠ କରନ୍ତି ।

 ≈ ମାଆ ଲକ୍ଷ୍ମୀଙ୍କ ଅଭିଶାପ ≈

“ମୁହିଁ ଯାଉଅଛି ଦୀନ ଅରକ୍ଷିତ ହୋଇ,
ମୋର ଅଭିଶାପ ଘେନ ପ୍ରଭୁ ଭାବଗ୍ରାହୀ ।
ସତେ ଯେବେ ଚନ୍ଦ୍ରସୂର୍ଯ୍ୟ ହୋନ୍ତି ଆତଯାତ,
ତୁମ୍ଭଙ୍କୁ ଅନ୍ନ ନ ମିଳୁ ଆହେ ଜଗନ୍ନାଥ ।
ବାରବର୍ଷ ଯାଏ ତୁମ୍ଭେ ଦରିଦ୍ର ହୋଇବ,
ଅନ୍ନ, ବସ୍ତ୍ର, ଜଳ ଯେ ତୁମ୍ଭଙ୍କୁ ନ ମିଳିବ ।
ମୁହିଁ ଚଣ୍ଡାଳୁଣୀ ଯେବେ ଟେକିଦେବି ଅନ୍ନ,
ଭୋଜନ କରିବ ତେବେ କାଳୀୟ ଗଞ୍ଜନ ।”

ମାଆ ଲୋ ! ନାରୀଙ୍କୁ ଅସମ୍ମାନ କରି ଜଗତର ନାଥ ସ୍ୱୟଂ ଜଗନ୍ନାଥ ଭିକାରୀ ହୋଇଯାଇଥିଲେ, ଆଉ ଆମ୍ଭେମାନେ ତ ଛାର ମଣିଷ ମାତ୍ର । ମଣିଷ ମାତ୍ରକେ ଭୁଲ ରହିଛି । ଜଗନ୍ନାଥ ଠାକୁର କେବଳ ଚଣ୍ଡାଳୁଣୀ କହିଥିଲେ, କିନ୍ତୁ ଆମେ ଢୋକେ ନାଲିପାଣି ପିଇ ସ୍ତ୍ରୀକୁ ବାଡ଼ିଆପିଟା କରୁ, ମନ ମୁତାବକ ଯୌତୁକ ନ ମିଳିଲେ ନିଆଁରେ ପୋଡ଼ି ମାରି ଦେଉ । ବେବିନା, ସୁଜାତା, ଇତିଶ୍ରୀଙ୍କ ଭଳି ଆମେ ନାରୀମାନଙ୍କୁ କେତେ ସମ୍ମାନ ଦେଉ, ନାବାଳିକା, ଭିନ୍ନକ୍ଷମମାନେ ମଧ୍ୟ ସେଥିରୁ ବାଦ ପଡ଼ନ୍ତି ନାହିଁ । ତୋର ଅଭିଶାପରୁ ବି ଆମେ କିଛି ଶିଖି ପାରିଲୁ ନାହିଁ । ଆମେ କେବଳ ନିଜ ସ୍ୱାର୍ଥ ହିଁ ଦେଖୁ, ସେଥିରେ ଅନ୍ୟର ଯେତେ କ୍ଷତି ହେଲେ ଆମର କିଛି ଯାଏଆସେ ନାହିଁ । ନିଜ ସ୍ୱାର୍ଥ ହାସଲ ପାଇଁ ଆମେ ଯେ କୌଣସି ସ୍ଥରକୁ ଯାଇପାରୁ, ଅନୀତି, ଦୁର୍ନୀତି ସବୁ କରିପାରୁ ।

ଆଉ ଆମ୍ଭେମାନେ, ଆମ୍ଭେମାନେ ପରା ପାଶ୍ଚାତ୍ୟ ସଂସ୍କୃତି ପଛରେ ଧାଉଁଥିବା ଆଧୁନିକ ନାରୀ । ଆମ ପାଇଁ ସବୁ ବାର ସମାନ, ଆମେ କିଛି ବାରଣ ମାନୁନା । ଶାଶୁଶ୍ୱଶୁରଙ୍କୁ ସଦାବେଳେ ଆମଠାରୁ ଦୂରରେ ରହିବାର ବ୍ୟବସ୍ଥା କରୁ । ମାର୍ଗଶୀର ମାସର ଶୀତ ରାତିରେ ବଡ଼ିଭୋରରୁ କିଏ ଉଠିବ ଲୋ ମାଆ; ପୁଣି ଗୋବର…. ଏଃ ଛି ଛି…ଗୋବର ଧରିବାକୁ ତ ଘୃଣା, ସେଥିରେ ପୁଣି ଘର ଲେପିବୁ ? ଆମେ ପରା ସକାଳୁ ଉଠି ଦାଣ୍ଡଦୁଆର, ବାଡ଼ିଦୁଆର ମୁହଁରେ ଗୋବର ପାଣି ଛାଟିବା ବି ବନ୍ଦ କରି ସାରିଲୁଣି । ସେତେବେଳେ ସିନା ବାବାଜୀମାତାଜୀ ନ ଥିଲେ ବୋଲି ଶ୍ରୀୟା ଚଣ୍ଡାଳୁଣୀ ନିଷ୍ଠାର ସହିତ ତୋର ପୂଜା କରୁଥିଲା; ଏବେ ପରା ତୋ ଠାରୁ ଆହୁରି ପାଓ୍ୱାରଫୁଲ ବାବାମାନଙ୍କର ଆବିର୍ଭାବ ହେଲାଣି । ତେଣୁ ଆମେ ତାଙ୍କର ସେବା କଲେ ଅଧିକ ଲାଭ ପାଇବୁ । ସବୁବେଳେ ସ୍ୱାମୀଙ୍କର ମନ ନେଇ ଚଳିବାକୁ ଆମେ ଆଉ ପସନ୍ଦ କରୁନା, ଆମର ବି ଗୋଟେ ମନ ଅଛି, ସେଥିରେ ସ୍ୱାମୀ ଯଦି ବାଧକ ହୁଅନ୍ତି ତାହେଲେ ତାଙ୍କୁ ଆମ ରାସ୍ତାରୁ ହଟାଇ ଦେଉ ।

ଏମିତି ପାପପୂଣ୍ୟ, ଧର୍ମଅଧର୍ମର ସଜ୍ଞା ନିଜ ସୁବିଧା ଅନୁସାରେ ଆମେ ନିରୂପଣ କରୁ; ସବୁ ଲେଖି ବସିଲେ ଆଉ ଗୋଟେ ପୁରାଣ ହେବ । ଆମର ଅକ୍ଷମଣୀୟ ଅପରାଧ ସବୁ କ୍ଷମା କରିଦେବୁ ଲୋ ମାଆ, ଆମକୁ ଅଭିଶାପ ଦେବୁ ନାହିଁ; ଏତିକି ଟିକିଏ ଆମ ପ୍ରତି ଦୟା ରଖିଥିବୁ । ଜଗନ୍ନାଥ ବଡ଼ଠାକୁର ବୋଲି ସିନା ବାରବର୍ଷ ଅଖିଆଅପିଆ ରହିଗଲେ, ଆମେ ସାମାନ୍ୟ ନିରୀହ ମଣିଷ; ଏତେ ଦୁଃଖ ସହି ପାରିବୁ ନାହିଁ । ତୁ ଅଭିଶାପ ଦେଲେ ଜିନସ୍, ଟି-ସାର୍ଟ ଓ ହାତରୁ ମୋବାଇଲ ଛାଡ଼ି କୌପିନୀ ମାରି ଭିକ୍ଷାଥାଳ ଧରି ଦ୍ୱାରଦ୍ୱାର ବୁଲିବାକୁ ବହୁତ କଷ୍ଟ ହେବ ଲୋ ମାଆ ।

Other Articles on Odisha Manabasa Puja katha :- 


Trackbacks/Pingbacks

  1. Odia Festival Sudasha Brata ସୁଦଶା ବ୍ରତ : A Unique Festival of Odia Women & Important Ritual of Married Women ; #Odisha #OdiaNari #FestivaleOdisha.Org - December 11, 2013

    […] କବି ବଳରାମ ଦାସଙ୍କ  ରଚିତ ‘ଲକ୍ଷ୍ମୀ ପୁରାଣ’ ଓଡ଼ିଶାର ଘରେ ଘରେ ପରିଚିତ । ଲକ୍ଷ୍ମୀଙ୍କର ବରପ୍ରାପ୍ତ ହୋଇ ଶ୍ରୀୟା ଚଣ୍ଡାଳୁଣୀର କୁଡ଼ିଆ ଅଜସ୍ର ଧନସମ୍ପଦରେ ପରିପୂର୍ଣ୍ଣ ଚନ୍ଦନ ଉଆସରେ ପରିଣତ ହେବା ସହ ପୁତ୍ରହୀନା ଶ୍ରୀୟା ପଞ୍ଚପୁତ୍ରର ଜନନୀ ହେବା ଏବଂ ଲକ୍ଷ୍ମୀଛଡ଼ା କଳଙ୍କ ବୋହି ଜଗନ୍ନାଥ ଓ ବଳଭଦ୍ର ଦୁଇଭାଇ ଶ୍ରୀମନ୍ଦିରରୁ ବିତାଡ଼ିତ ହୋଇ ଅନେକ କଷ୍ଟ ଭୋଗିବା କଥା ସମସ୍ତେ ଜାଣନ୍ତି । ବର୍ଷର ପ୍ରତ୍ୟେକ ଗୁରୁବାର ଲକ୍ଷ୍ମୀଙ୍କର ବାର ହେଲେ ମଧ୍ୟ ଚାରି ପବିତ୍ର ମାସ ମଧ୍ୟରୁ ମାର୍ଗଶୀର ମାସର ଗୁରୁବାର ଗୁଡ଼ିକର ସ୍ୱତନ୍ତ୍ର ମାହାତ୍ମ୍ୟ ରହିଛି । ଏହି ଦିନଗୁଡ଼ିକରେ ଧନିଗରିବ, ଉଚ୍ଚନୀଚ ସମସ୍ତେ ଧାନମାଣ ବସାଇ ଅନ୍ନଦାତ୍ରୀ, ଧନସମ୍ପଦର ଦେବୀ ମା’ ଲକ୍ଷ୍ମୀଙ୍କର ପୂଜା କରନ୍ତି ଓ ଲକ୍ଷ୍ନୀ ପୁରାଣ ପାଠ କରନ୍ତି । – See more at:  […]