He Gatishila Barsha ra Sesha Dina – Odia Kabita lekhika Sweta Rupa

Spread the love
He Gatishila Barsha ra Sesha Dina –  ହେ ଗତିଶୀଳ ବର୍ଷର ଶେଷ ଦିନ…  Odia Kabita lekhika Sweta Rupa
He Gatishila Barsha ra Sesha Dina -  ହେ ଗତିଶୀଳ ବର୍ଷର ଶେଷ ଦିନ... Odia Kabita lekhika Sweta Rupa

ହେ ଗତିଶୀଳ ବର୍ଷର ଶେଷ ଦିନ…
ଆଜି ଖୁସି ହେବି କି କରିବି ଦୁଖ
ଜାଣି ପାରୁନି ଏଇ ମନ…

ଅବିରତ ଘଟି ଯାଇଛି.ଅନେକ ଘଟଣା..
ଚିହ୍ନ୍ ମଧ୍ୟ ଛାଡିଯାଇଛି..
କେତେ ରାଗ ରୁଷା..
କେତେ ମାନ ଅଭିମାନ…
କେତେ ଝଡ ଝଞ୍ଜା…
ଅଶାନ୍ତି ଆଉ….ଅବିଶ୍ରାନ୍ତ ପରିଶ୍ରମର ବର୍ଷ…

ନୁଆ ବନ୍ଧୁ…
ନୁଆ ମୋଡ ଜୀବନର ପଥରେ…
ଆସି…ବଦଳେଇ ଦେଇଛି..ଅନେକ କିଛି..

ପରିବର୍ତନ ପରେ ପରିବର୍ତନ…
ଯୁଗର…ମଣିଷ ମାନଙ୍କର…

ବଦଳିଛି ଜୀବନର ପ୍ରୟାସ…
ବଦଳିଛି ଚିନ୍ତା ଆଉ ପରିବର୍ତନର ବିନ୍ଦୁ ସାଗର..

ମୁଠା ମୁଠା ସ୍ମ୍ରୁତିକୁ ଜାବୁଡି ଧରିଛି…
ଆସୁଛି ବର୍ଷ ସହ ସାଦରେ ବାଣ୍ଟିବାକୁ…

ପ୍ରକ୍ରୁତି ତା ତାଣ୍ଡବ ମଧ୍ୟ ଦେଖେଇ ସାରିଛି..
ଆଗକୁ କଣ ଯେ ଘଟିବ କିଏ ସେ ଜାଣିଛି..

ମନର ମଣିଷ କିନ୍ତୁ…
ମନରେ ରହିଛି କେଉ ଏକ କୋଣରେ
ଲୁଚି ସବୁ କିଛି ଦେଖୁଛି…

ବିଦାୟ ଦେଲି ତତେ ୨୦୧୩…
ଆସନ ଗ୍ରହଣ କର ୨୦୧୪…

 


Comments are closed.