ଜଗନ୍ନାଥ କଲେ ଯା ଅନାଥ ରେ ଆଉ କେ ହରିବ ଦୁଃଖ…. ଭଜନ ସମ୍ରାଟ ଭିକାରୀ ବଳଙ୍କ ଭକ୍ତି ରସ ରେ ରସାନ୍ୱିତ ସ୍ୱର #BhajanSamrat #BhikariBala

Spread the love

ଜଗନ୍ନାଥ କଲେ ଯା ଅନାଥ ରେ  ଆଉ କେ ହରିବ ଦୁଃଖ…. ଭଜନ ସମ୍ରାଟ ଭିକାରୀ ବଳଙ୍କ ଭକ୍ତି ରସ ରେ ରସାନ୍ୱିତ ସ୍ୱର #BhajanSamrat #BhikariBala

ଭଜନ ସମ୍ରାଟ ଭିକାରୀ ବଳଙ୍କ ଭକ୍ତି ରସ ରେ ରସାନ୍ୱିତ ସ୍ୱର, ମୋ କୈଶୋର ଓ ଆଦ୍ୟ ଜୌବନ ର ଏକ ଅନନ୍ୟ ଅନୁଭୁତି ଥିଲା୤ ସେ ସମୟ ରେ ନା କୌଣସି ଆଧ୍ୟାତ୍ମିକ ମାର୍ଗ ସହ ପରିଚୟ ଥିଲା, ନା ଥିଲା ଭକ୍ତି ବା ସାଧନା . କେବଳ ଭିକାରୀ ବଳଙ୍କ ଅନନ୍ୟ ସଙ୍ଗୀତ ଶୁଣିବାର ସୂଯୋଗ ମନ ମଧ୍ୟରେ ଏହି ଧାରଣା ଆଣି ଦେଇଥିଲା, ଯଦି କିଛି ଅପୁର୍ବ ପ୍ରାପ୍ତି ଏ ଜୀବନରେ ହୋଇପାରେ, ତାହା ହେଉଛି, ଭଗବାନଙ୍କ ପ୍ରତି ଭକ୍ତି .

#BhajanSamrat #BhikariBala

ମୁଁ, ପରେ ଯଦିଓ ଅନେକ କଣ୍ଥଶିଳ୍ପୀଙ୍କ ଗୀତ ସୁଣିଛି, ଭଜନ ସମ୍ରାଟ ଙ୍କ କଣ୍ଥର ଭାବ କେଉଠାରେ ପାଇନାହିଁ ୤ ତାଙ୍କ ସ୍ୱର ମୋତେ ବାଟ ଦେଖାଇଛି, ଯେତେବେଳେ ମୋ ମୁଢ ମନ ଉଚିତ୍ ଅନୁଚିତ୍ ର ପ୍ରଭେଦ ଜାଣିପାରିନାହିଁ, ପୁଣି ବିଷାଦରେ ଥିବା ସମୟରେ ଆନନ୍ଦର ଆଲୋକ ଦେଖାଇଛି୤

ଯେତେବେଳେ ମୁଁ ତାଙ୍କ ଉଦ୍ଦାତ୍ତ କଣ୍ଥରୁ “ଆହେ ନୀଳ ଶଇଳ ପ୍ରବଳ ମତ୍ତ ବାରଣ” ଅବା “ଦୀନବନ୍ଧୁ ଏହି ଅଳି ଶ୍ରୀ ଛାମୁରେ” ଶୁଣୁଥିଲି, ଚେତନାର ନିମ୍ନ ସ୍ଥର ରୁ ନିଜ ଅଜାଣତରେ ଉପରକୁ ଉଠୁଥିଲି୤ “ଥକାମନ ଚାଲଯିବା, ଚକାନୟନ ଦେଖିବା” ଶୁଣିଲେ, ଆଖିରେ ବଡଦାଣ୍ଡ ଓ ଶ୍ରୀ ମନ୍ଦୀର ର ଦ୍ରୁଶ୍ୟ ଭାସି ଉଠୁଥିଲା୤

ଭଜନ ସମ୍ରାଟଙ୍କ ସ୍ୱରରେ ପୁରାତନ ରଚନା ଯେପରି ଭକ୍ତି ରସ୍ୱାନ୍ୱିତ, ନୂତନ ରଚନା ସେପରି ସୃତିମଧୁର୤

ଭିକାରୀ ବଳ

ତାଙ୍କ ସଙ୍ଗୀତ କୁ ଶୁଣି, ମନ ମଧ୍ୟରେ ବଡ ଦେଉଳ ଓ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରି ହୁଏ୤ ସେ ଯେ କେବଳ ସୁଗାୟକ ନଥିଲେ, ବରଂ ଥିଲେ ଜଣେ ପରମ ଭକ୍ତ, ଏକଥା କେହି ଅସ୍ୱୀକାର କରିବେ ନାହିଁ ୤ ତାଙ୍କ ସ୍ୱର ରେ ସବୁ ସ୍ରୋତା ନିଜ କୁ ଖୋଜି ପାଉଥିଲେ୤

ସେହି ଜଶଶ୍ୱୀ କଣ୍ଥଶିଳ୍ପୀ ପ୍ରତି ଓଡିଆଙ୍କ ପାଇଁ ଚିରକାଳ ଧରି ଅମର ରହିବେ, ସେ ବିଷୟରେ ସନ୍ଦେହ ନାହିଁ ୤


Comments are closed.