Odia Bhagabata Gita bani – Ditia Adhyaya – Odia Sadhubani Daily Update

Spread the love

>Odia Bhagabata Gita bani /Katha -Ditia Adhyaya 52 para– Odia Sadhubani Daily Update ଉପସ୍ଥାପନା: ଦୀପକ


In chapter two Arjuna accepts the position as a disciple of Lord Krishna and taking complete of Him requests the Lord to instruct him in how to dispel his lamentation and grief. This chapter is oftened deemed as a summary to the emtire Bhagavad-Gita. Here many subjects are explained such as: karma yoga, jnana yoga, sankhya yoga, buddih yoga and the atma which is the soul. Predominance has been given to the immortal nature of the soul existing within all living entities and it has been described in great detail. Thus this chapter is entitled: The Eternal Reality of the Souls’ Immortality.

।। ଓଁ ଶ୍ରୀ ପରମାତ୍ମନେ ନମଃ ।।

ଶରୀର ସହିତ ଅହଂଭାବ ଓ ମମତା ରଖିବା ତଥା ଶରୀର ସମ୍ପର୍କିତ ମାତା-ପିତା, ଭାଇ-ଭାଉଜ, ସ୍ତ୍ରୀ-ପୁତ୍ର, ବସ୍ତୁ ଓ ପଦାର୍ଥ ଇତ୍ୟାଦିରେ ମମତା ରଖିବା ‘ମୋହ’ ଅଟେ । ଅନୁକୂଳ ପଦାର୍ଥ, ବସ୍ତୁ, ବ୍ୟକ୍ତି, ଘଟଣା ଆଦି ପ୍ରାପ୍ତ ହେଲେ ପ୍ରସନ୍ନ ହେବା; ପ୍ରତିକୂଳ ପଦାର୍ଥ, ବସ୍ତୁ, ବ୍ୟକ୍ତି ଆଦି ପ୍ରାପ୍ତ ହେଲେ ଉଦ୍ବିଗ୍ନ ହେବା ଏବଂ ସଂସାରରେ ବା ପରିବାରରେ ବିଷମତା, ପକ୍ଷପାତ ଆଦି ବିକାର ଉତ୍ପନ୍ନ ହେବା ପ୍ରଭୃତି ‘କଲିଳ’ ଅର୍ଥାତ ପଙ୍କ ଅଟେ । ଏହି ମୋହ ରୂପକ ପଙ୍କରେ ବୁଦ୍ଧି ନିମଗ୍ନ ହେଲା ପରେ ମନୁଷ୍ୟ କିଂକର୍ତ୍ତବ୍ୟବିମୂଢ ହୋଇଯାଏ ।
52 para of odia bhagabat eodishaorg
ମୋହରୂପକ ପଙ୍କରୁ ତରିବା ପାଇଁ ଦୁଇଟି ଉପାୟ ଅଛି – ବିବେକ ଓ ସେବା । ବିବେକ ପ୍ରଖର ଥିଲେ, ତାହା ଅସତ୍ ବିଷୟରୁ ଅରୁଚି ଉତ୍ପନ୍ନ କରାଏ । ଅନ୍ୟମାନଙ୍କୁ ସେବା କରିବା ଓ ସୁଖ ଦେବାର ଉତ୍କଣ୍ଠା ମନରେ ଜାଗ୍ରତ ହେଲେ, ନିଜର ସୁଖ ଓ ଆରାମ ତ୍ୟାଗ କରିବା ପାଇଁ ଶକ୍ତି ଆସିଥାଏ । ଅନ୍ୟମାନଙ୍କୁ ସୁଖ ଦେବାର ଭାବ ଯେତିକି ପ୍ରବଳ ହେବ, ସେତିକି ମାତ୍ରାରେ ନିଜର ସୁଖେଚ୍ଛା ପରିତ୍ୟକ୍ତ ହୋଇପାରିବ ।

ଯେତେବେଳେ ତୁମର ବୁଦ୍ଧି ମୋହରୂପକ ପଙ୍କକୁ ତରିଯିବ, ସେତେବେଳେ ତୁମେ ମର୍ତ୍ତ୍ୟଲୋକରେ ଯେତେ ଭୋଗ ବିଷୟରେ ଶୁଣିଛ, ଉପଭୋଗ କରିଛ ଓ ଭଲ ଭାବରେ ଅନୁଭବ କରିଛ ଅଥବା ସ୍ୱର୍ଗଲୋକ, ବ୍ରହ୍ମଲୋକରେ ଯେତେ ଭୋଗବିଳାସ ବିଷୟରେ ଶୁଣାଯାଇ ପାରେ ସେସବୁ ପ୍ରତି ତୁମର ବୈରାଗ୍ୟ ଆସିଯିବ ।


Comments are closed.