ମୋର ବି ଇଛା ହୁଏ(ଉପସ୍ଥାପନା: ଶ୍ଵେତରୂପା)- Kabita on Odisha Cyclone

Spread the love


~~~~ଉପସ୍ଥାପନା: ଶ୍ଵେତରୂପା~~~~
ମୋର ବି ଇଛା ହୁଏ ତମର ସବୁ ଖବର ଆଉ ସବୁ କବିତା ପଢିବାକୁ…
ତମ ସହ ଫେସବୁକ୍ ରେ ବନ୍ଧୁ ହେବାକୁ…

ତିରୁପତି ରୁ ପଶୁପତି ସବୁଠି ଆମ ପଛରେ ପୁଲିସି…
ଦନ୍ତେୟ୍ବାଡା,ଧାନବାଦ୍,ମୋଟୁ ସବୁଠି…
ବ୍ଂଶଧାରା,ରୂଷିକୂଲ୍ୟା,ଗୋଦାବରି ପାଣିର ଧାରେ ଧାରେ…
ଗୁଳି କରି ଦେବେ ଆମ ଛାଇ ବି ଦେଖିଲେ…

ଆମ ଖବର୍ ତ ତମେ ନିତି ପାଉଥିବ…
ଟିଭି,ପେପର୍ ଆଉ ସରକାରଙ୍କର ବିବ୍ରୁତ୍ତିରେ…

ବେଳେ ବେଳେ ଭାବେ କିଛି ଫୋଟୋ ଅପ୍ ଲୋଡ୍ କରିବି
ତମ ପାଇଁ ଆଉ ତମ ଫେସବୁକ୍ ରେ ଥିବା ବନ୍ଧୁ ମାନଙ୍କ ପାଇଁ…
ଯେଉମାନେ ଭଲପାନ୍ତି ଜଙ୍ଗଲ ମଝିରେ ଦୋଉଡୁ ଥିବା ନଇ…..
ପାହାଡରୁ ଖସି ଆସୁଥିବା ଝରଣା…
ଆଉ ନିରବରେ କଥା ହେଉଥିବା ଗଛ ସବୁକୁ…

ହଠାତ୍ ଯେମିତି ସବୁ ବଦଳି ଯାଏ ମୋ କ୍ୟାମେରା ସାମ୍ନାରେ…
ସାମ୍ନାକୁ ଆସନ୍ତି ………….
ଭଙ୍ଗା ସିଲ୍ ଭର୍ ତାଟିଆ ଧରି ଚାଲୁଥିବା ଆଶ୍ରମ ସ୍କୁଲ୍ ପିଲା…
ମ୍ୟାଲେରିଆ ରୋଗି..ଆଉ ଥାନା ବାରଣ୍ଡାରେ ବସିଥିବା ମହିଳା…
ଦାଦନ ଯାଉଥିବା ଭେଣ୍ଡିଆ…
ଆଉ କେବେ ବନ୍ୟା ତ କେବେ ବାତ୍ୟାରେ ଭାଙ୍ଗି ଯାଇଥିବା…
ସ୍ଂସାର ସବୁ ର ପ୍ରତିଛବି…

ତମକୁ କଣ ଭଲ ଲାଗିବ ଏଇ ଫୋଟୋ ସବୁ.???????

ତମର ତ ସାମାଜିକ ନିରାପତ୍ତା ଦେଇଛି ସରକାର…
ଆଉ ମୁଣ୍ଡେଇଛନ୍ତି କମ୍ପାନୀ ତୁମ ସାମାଜିକ ଦାୟିତ୍ବ ବୋଧ…

ସକାଳେ ଚା ସାଙ୍ଗରେ ପେପର୍..
ସନ୍ଧ୍ୟାରେ…ବନ୍ଧୁ ମାନଙ୍କ ସହ ଫାସ୍ଟ୍ ଫୁଡ୍…
କେବେ କେବେ ପିଜା ସହ ସିରିଏଲ ଆଉ ସିନେମାର ମଜାନେଉଛ୍ ତ…
କେତେବେଳେ ଏସ୍ ଏମ୍ ଏସ୍ କରି ମଜାକରୁଛ…
କେତେ କଣସବୁ ଖଞ୍ଜି ଦେଇଛ ବୋର୍ ହେବନି ବୋଲି….

ତଥାପି ଟିକେ ଭାବିକି କହିବ ଯଦି…
ଅପ୍ ଲୋଡ୍ କରିବି ମୋ ପାଖରେ ଥିବା ଫୋଟୋ ସବୁକୁ…
ତମ ପାଇଁ ଆଉ ତମ ଫେସବୁକ୍ ରେ ଥିବା ବନ୍ଧୁ ମାନଙ୍କ ପାଇଁ….


Comments are closed.